Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ...

  • ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ...

  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ...

  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ...

  • ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ...

  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ...

  • ଅସ୍ଥି ମଜଭୁତ କରେ ଖଜୁରି

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ ...

  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ...

Home ›› ››ଶୁଭମିତ୍ରା ହତ୍ୟାକାଣ୍ଡ: ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମିଳିଥିବା ବୀମାରାଶିିରେ ଆମୋଦପ୍ରମୋଦରେ ଖର୍ଚ୍ଚ କରିଛି ଅଭିଯୁକ୍ତ

ଶୁଭମିତ୍ରା ହତ୍ୟାକାଣ୍ଡ: ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମିଳିଥିବା ବୀମାରାଶିିରେ ଆମୋଦପ୍ରମୋଦରେ ଖର୍ଚ୍ଚ କରିଛି ଅଭିଯୁକ୍ତ

2025-09-20 06:38:42
13552
Share:
Facebook
Twitter
E-Mail
WhatsApp
Telegram
ଶୁଭମିତ୍ରା ହତ୍ୟାକାଣ୍ଡ: ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମିଳିଥିବା ବୀମାରାଶିିରେ ଆମୋଦପ୍ରମୋଦରେ ଖର୍ଚ୍ଚ କରିଛି ଅଭିଯୁକ୍ତ

ଭୁବନେଶ୍ବର: ଟ୍ରାଫିକ୍‌ କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାକୁ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯିବା ପରେ ତଦନ୍ତକୁ ଆହୁରି କ୍ରିୟାଶୀଳ କରାଯାଉଛି। ଭୁବନେଶ୍ବର ଡିସିପି ଏହି ମାମଲାକୁ ନିରୀକ୍ଷଣ କରୁଛନ୍ତି। ନିରୀକ୍ଷଣ କରୁଥିବା ଅଧିକାରୀ ସପ୍ତାହକୁ ଦୁଇଥର ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚକୁ ଅବଗତ କରିବେ। ରେଡ ଫ୍ଲାଗ୍ ଶ୍ରେଣୀଭୁକ୍ତ ହୋଇଥିବାରୁ ତ୍ବରିତ ଚାର୍ଜସିଟ୍‌କୁ ଗୁରୁତ୍ବ ଦିଆଯାଉଛି। ପୁଲିସ ମହାନିର୍ଦେଶକଙ୍କୁ ସମୟକ୍ରମେ ଏହି ମାମଲାର ଅଗ୍ରଗତି ସମ୍ପର୍କରେ ଅବଗତ କରାଯିବ। ଅନୁରୂପ ଭାବେ ଶୁଭମିତ୍ରାଙ୍କୁ ହତ୍ୟା ଓ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ସନ୍ଦେହଜନକ ହତ୍ୟା ମାମଲା ପୁନଃ ତଦନ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ମିଳିଥିବା ବୀମାରାଶିି ସହ ଅନ୍ୟାନ୍ୟ ଜମାରାଶିରେ ଅଭିଯୁକ୍ତ ଦୀପକ ଆମୋଦପ୍ରମୋଦରେ ଖର୍ଚ୍ଚ କରିଛି। ଏହି ଅର୍ଥରେ ପ୍ଲଟ, ଫ୍ଲାଟ, ଗାଡ଼ି ଆଦି କିଣିବା ସହ ବିଦେଶ ଭ୍ରମଣରେ ଯାଇଥିବା ଜଣାପଡ଼ିଛି।

ଅପରପକ୍ଷେ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁର ପ୍ରକୃତ ସତ୍ୟ ଉନ୍ମୋଚନ ପାଇଁ ତାଙ୍କ ଭଉଣୀ ରୋଜାଲିନ ରାଉତ ଖୁଣ୍ଟୁଣୀ ଥାନାରେ ଏତଲା ଦେବା ସହ ପୁନର୍ବାର ମାମଲାକୁ ଖୋଲି ତଦନ୍ତ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ରୋଜାଲିନକୁ ପୁଲିସ ଜିଲା କାର୍ଯ୍ୟାଳୟ ଡିଏସପି ଅଜୟ ଦାସ ଆଜି ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିବା ସହ ବୟାନ ଲିପିବଦ୍ଧ କରିଛନ୍ତି। ଏପରିକି ପୁଲିସ ଉଚ୍ଚ ଅଧିକାରୀ ରୋଜାଲିନ ଓ ତାଙ୍କ ସ୍ବାମୀ ଅଭିଳାଷ ପଟ୍ଟନାୟକଙ୍କୁ ନେଇ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସେସମୟର ଦୁର୍ଘଟଣା ସ୍ଥିତି ସମ୍ପର୍କରେ ପଚରାଉଚରା କରିବା ସହ ଏହାର ଭିଡିଓ ରେକର୍ଡ଼ିଂ କରାଯାଇଛି।

ଶୁଭମିତ୍ରାଙ୍କ ହତ୍ୟାକାଣ୍ଡର ସବୁ ଦିଗକୁ ନେଇ ତଦନ୍ତ କରିବା ସହ ପ୍ରମାଣ ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ସିସିଟିଭି ସଂଗ୍ରହ କରିବା ସହ ଡିଜିଟାଲ ପ୍ରମାଣପତ୍ରକୁ ଗୁରୁତ୍ବ ଦିଆଯାଇଛି। ହତ୍ୟା ପୂର୍ବର ଗତିବିଧି ଓ ହତ୍ୟା ପରେ ଏବଂ ହତ୍ୟା କରି ଗାଡ଼ିରେ ମୃତଦେହ ନେଉଥିବା ସମୟରେ ସିସିଟିଭି ଦୃଶ୍ୟ ସଂଗ୍ରହ କରାଯାଉଛି। ଏଥିସହ ଶୁଭମିତ୍ରାଙ୍କ ମୃତଦେହରୁ ମିଳିଥିବା ନମୁନା ସଂଗ୍ରହ କରାଯାଇ ଭିସେରା ରିପୋର୍ଟ ଲାଗି ପଠାଯାଇଛି। ସେହିପରି ଶୁଭମିତ୍ରା ଓ ଦୀପକର ଆକାଉଣ୍ଟ ଖୋଳତାଡ଼ ହୋଇଛି। ଟଙ୍କା ନେଣଦେଣର ସବିଶେଷ ତଥ୍ୟ ଦେବାକୁ ବ୍ୟାଙ୍କକୁ ଚିଠି ଲେଖିଛି କମିସନରେଟ ପୁଲିସ। ଶୁଭମିତ୍ରାଙ୍କଠାରୁ ନେଇଥିବା ୧୨ ଲକ୍ଷ ଟଙ୍କାରେ ଜଙ୍କିଆ ଜମି କିଣିଥିବା ପ୍ରମାଣ ମିଳିଛି। ସେହିପରି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଜୀବନ ବୀମା ବାବଦରେ ପାଇଥିବା ୧ କୋଟି ୬୦ ଲକ୍ଷ ଟଙ୍କାରେ ବାଙ୍କୀ ନିକଟରେ ଜମି କିଣି ଫାର୍ମ ହାଉସ୍‌ କରିବାକୁ ଯୋଜନା କରିଥିଲା। ଏଥିସହ ଫ୍ଲାଟ୍‌ ଓ ଗାଡ଼ି କିଣିବା ସହ ବିଦେଶ ଭ୍ରମଣ କରିଛି। ପାସ୍‌ପୋର୍ଟ ଓ ଫ୍ଲାଇଟ ଟିକଟ ଜବତ କରି ଆର୍ଥିକ କାରବାର ଦିଗ ପ୍ରତି ତଦନ୍ତ କରାଯାଉଛି। ଏଥିସହ ପ୍ରଥମ ପତ୍ନୀ ବାବଦରେ ପାଇଥିବା ବୀମା ଟଙ୍କାକୁ ଶୁଭମିତ୍ରାଙ୍କ ବୀମା ପାଇଁ ପ୍ରିମିୟମ ଦେଉଥିଲା। ଶୁଭମିତ୍ରାଙ୍କ ନାମରେ ୧ କୋଟି ୩୫ ଲକ୍ଷର ବୀମା ରହିଛି।

ଶୁଭମିତ୍ରାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୀପକର ପରିବାର ଲୋକଙ୍କ ଲାଗି ଅଡୁଆ ବଢ଼ିଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପୁଲିସ। ଏନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ନୋଟିସ ଜାରି କରାଯିବ। ପର୍ଯ୍ୟାୟକ୍ରମେ ସେମାନଙ୍କ ବୟାନ ସଂଗ୍ରହ କରାଯିବ। ଦୁଇଟି ହତ୍ୟାକାଣ୍ଡରେ ଦୀପକର ପରିବାର ଲୋକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ତାଙ୍କ ଝିଅକୁ ଇ‌େ‌ଞ୍ଜକ୍ସନ୍‌ ଦିଆଯାଇ ଅଚେତ କରିବା ପରେ ମୁହଁରେ ତକିଆ ମାଡ଼ି ହତ୍ୟା କରାଯାଇଥିବା ଶୁଭମିତ୍ରାଙ୍କ ବାପା ଅଭିଯୋଗ କରିଛନ୍ତି। 

Powered by Froala Editor

Tags Subhamitra murder case

Related articles Odisha News Lens 4.1

  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ
    ଦେଶ-ଦେଶାନ୍ତର

    ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ

    15418
    Apr 18, 2026
  •  ଅସ୍ଥି ମଜଭୁତ କରେ ଖଜୁରି
    ବିଶେଷ

    ଅସ୍ଥି ମଜଭୁତ କରେ ଖଜୁରି

    15704
    Apr 16, 2026
  • ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ

    15375
    Apr 18, 2026
  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ
    ଦେଶ-ଦେଶାନ୍ତର

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    15021
    Apr 16, 2026
  • ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା
    ଦେଶ-ଦେଶାନ୍ତର

    ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ୍‌ ୨୦୨୬: ଶାସକ ଓ ବିରୋଧୀ ଦଳ ଦେଲେ ଏମିତି ପ୍ରତିକ୍ରିୟା

    14784
    Apr 18, 2026
  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ
    ମନୋରଞ୍ଜନ

    ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

    15507
    Apr 18, 2026
  • ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର
    ଦେଶ-ଦେଶାନ୍ତର

    ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର

    14096
    Apr 18, 2026
  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13894
    Apr 16, 2026
  • ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ
    ମନୋରଞ୍ଜନ

    ‘ବୋଉ ବୁଟୁ ଭୂତ’ ଓ ‘ଅନନ୍ତା’ ଚଳଚ୍ଚିତ୍ରକୁ ଇନ୍‌କା ଆୱାର୍ଡ

    15435
    Apr 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଅସ୍ଥି ମଜଭୁତ କରେ ଖଜୁରି

    15704
    Apr 16, 2026
  • ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13894
    Apr 16, 2026
  • ଦେଶ-ଦେଶାନ୍ତର

    ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ

    15418
    Apr 18, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17422
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17476
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17833
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16305
    Apr 03, 2021

ବିଶେଷ

  • ଅସ୍ଥି ମଜଭୁତ କରେ ଖଜୁରି

    15704
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15762
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16119
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14737
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15713
    Apr 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15339
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15071
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15571
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13868
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପିଲାଦିନର ସାଥୀଙ୍କୁ ଜୀବନସାଥୀ କଲେ ଜୁବିନ

    15507
    Apr 18, 2026
  • ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର

    14913
    Apr 18, 2026
  • ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ

    15418
    Apr 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In