ଅନାସ୍ଥା ପାଇଁ ବିଜେଡିର ସମର୍ଥନ ଲୋଡ଼ିଲା କଂଗ୍ରେସ ଦଳ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ। ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହା କେତେଦୂର ମୋହନ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ସମର୍ଥ ହେବ ତାକୁ ନେଇ ଏବେ ଚର୍ଚ୍ଚା ଅରମ୍ଭ ହୋଇଛି। ଏବେ ବିଧାନସଭାରେ ବିଜେପି ସବୁଠୁ ସଂଖ୍ୟାଗରିଷ୍ଠ ଦଳ, ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ଆଦୌ ପ୍ରଭାବ ପକାଇ ନପାରେ ବୋଲି କୁହାଯାଉଛି। ସଂଖ୍ୟା ଗଣିତ କହୁଛି, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି। ବିଜେପିର ୭୮ଜଣ ବିଧାୟକ ଥିବା ବେଳେ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ। ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୩ ରହିଛି। ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବା ଯଥେଷ୍ଟ ସମ୍ଭାବନା ଅଛି। ଏପରିସ୍ଥଳେ ସିପିଆଇ(ଏମ୍)ର ଜଣେ ବିଧାୟକଙ୍କୁ ସାଙ୍ଗରେ ନେଇ ଅନାସ୍ଥା ପାଇଁ କଂଗ୍ରେସ ଦଳ ବିଜେଡିର ସମର୍ଥନ ଲୋଡ଼ିଛି।
Powered by Froala Editor