ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା ସ୍ଥିର
ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା ସ୍ଥିର କରିଛନ୍ତି। ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର ମିଳିବ। ପୂର୍ବଭଳି ଆଉ ଦିନ ଦିନ ଧରି ଏଥିପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ।
ସରକାରୀ ସ୍ତରରେ ଧାର୍ୟ୍ୟ ସମୟ ସୀମା ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗ, ଏସଇବିସି ଆଦି ପ୍ରମାଣପତ୍ର ସର୍ବାଧିକ ୧୫ ଦିନ ମଧ୍ୟରେ ମିଳିବ।
ସେହିଭଳି ଆୟ ସମ୍ପର୍କିିତ ପ୍ରମାଣ ପତ୍ର ସର୍ବାଧିକ ୧୦ ଦିନ, ନିର୍ବିବାଦୀୟ ମ୍ୟୁଟେସନ ମାମଲାର ସମାଧାନ ସର୍ବାଧିକ ୭ ଦିନ ଏବଂ ଅଭିଭାବକତ୍ୱ ପ୍ରମାଣପତ୍ର ସର୍ବାଧିକ ୩୦ ଦିନ ମଧ୍ୟରେ ରାଜ୍ୟବାସୀଙ୍କୁ ଯୋଗାଇବା ବ୍ୟବସ୍ଥା କରାଯାଇଛି।
Powered by Froala Editor