ଜୟପୁରରେ ଉଡ଼ନ୍ତା ଚିତି ସାପ

ଜୟପୁର ସହରରେ ଉଡ଼ନ୍ତା ସାପ(Ornate Flying Snake)ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ବାଥ୍ରୁମ୍ ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAMର ସଂସ୍ଥାପକ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଏହା ଏକ Ornate Flying Snake ଉଡ଼ନ୍ତା ଚିତି ସାପ ବୋଲି ଚିହ୍ନଟ କରି ସାପଟିକୁ ଉଦ୍ଧାର କରିଥିଲେ।
ଗୌଡ଼ସାହିର ଜଣେ ବ୍ୟକ୍ତି ନିଜ ବାଥରୁମ୍ରେ ଏକ ସାପ ଦେଖିବାକୁ ପାଇଥିଲେ। ଏବଂ ପରେ ସେ ୱାଇଲ୍ଡ ଆନିମଲ୍ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ସାପ ଉଦ୍ଧାରକାରୀ ଦଳ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଜୟପୁର ବନଖଣ୍ଡ ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟରେ ଥିବା ଜଙ୍ଗରେ ଛଡାଯାଇଛି।
Powered by Froala Editor