ପାର୍ବଣ ଋତୁ: ରାତ୍ରିକାଳୀନ ପାଦ ଚଲା ପେଟ୍ରୋଲିଂ ଜୋରଦାର

ଭୁବନେଶ୍ବର: ଚଳିତ ପାର୍ବଣ ଋତୁକୁ ଧ୍ୟାନରେ ରଖି ସମ୍ବଲପୁର ପୁଲିସ ପକ୍ଷରୁ ଜିଲାର ସମସ୍ତ ଥାନାଞ୍ଚଳରେ ପେଟ୍ରୋଲିଂକୁ
କଡାକଡି କରି ଜୋରଦାର କରାଯାଇଛି । ସମ୍ବଲପୁର ପୁଲିସ ତରଫରୁ ଜାରି ସୁଚନା ଅନୁଯାୟୀ, ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ପାଦ ଚଲା ପେଟ୍ରୋଲିଂକୁ ଜୋରଦାର କରାଯିବା ସହିତ ସମସ୍ତ ଡାର୍କ ସ୍ପଟ ଗୁଡିକରେ ପୁଲିସର ଉପସ୍ଥିତିକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଅସାମାଜିକ ତତ୍ୱ ମାନଙ୍କ ଉପରେ ଲଗାମ ଲଗାଯିବା ସହିତ ବିଳମ୍ବିତ ରାତ୍ରିରେ ନାଗରିକ ମାନଙ୍କର ସୁରକ୍ଷାକୁ ଆହୁରୀ ସୁନିଶ୍ଚିତ କରିବା ସହିତ ଶାନ୍ତି ବ୍ୟବସ୍ଥା ବଜାୟ ରଖିବାର ଲକ୍ଷ୍ୟ ରଖାଯାଇଛି ।
Powered by Froala Editor