ଆଜି ଦ୍ୱିତୀୟ ଦିନରେ ମା କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜାରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ଷୋଡଶ ଦିନାତ୍ମକ ପୂଜା । ଆଜି ଦ୍ୱିତୀୟ ଦିନରେ କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । କୁମ୍ଭାଭିଷେକ, ଘଟ ସ୍ଥାପନ କରାଯାଇ ମାଙ୍କୁ ଆବାହନ କରାଯାଇଛି ।
ଆଜିଠାରୁ ପ୍ରତିଦିନ ଚଣ୍ଡିପାଠ, ହୋମଯଜ୍ଞ ସହିତ ବିଜୟା ଦଶମୀ ପର୍ଯ୍ୟନ୍ତ ଉଭୟ ଶକ୍ତି ପୀଠରେ ୧୬ଦିନ ଧରି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ମା କଟକ ଚଣ୍ଡି ଓ ଗଡଚଣ୍ଡୀ । ମା’ଙ୍କ ସୁନା ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି ।
Powered by Froala Editor