ଏନକାଉଣ୍ଟରରେ ଟପ୍ ମାଓନେତା ନିହତ

ଭୁବନେଶ୍ବର: ଝାଡଖଣ୍ଡରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ସୂଚନା ଅନୁସାରେ ଏନକାଉଣ୍ଟରରେ ଟପ୍ ମାଓନେତା ମୁଖଦେବ ଯାଦବ ନିହତ ହୋଇଛି । ଏହି କୁଖ୍ୟାତ ମାଓବାଦୀର ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ପାଲାମୁ ଜିଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନକ୍ସଲଙ୍କ ଉପସ୍ଥିତି ନେଇ ସୂଚନା ପାଇବା ମାତ୍ରେ ଏସପି ରେଶମା ରାମେଶନ, ଅତିରିକ୍ତ ଏସପି ରାକେଶ କୁମାର ସିଂହ ଓ ହୁସେନାବାଦ ଏସଡିପିଓ ଆଇପିଏସ୍ ମସମ୍ମଦ ୟାକୁବଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଅପରେସନକୁ ଜୋରଦାର କରିଥିଲେ ।
Powered by Froala Editor