ଆଜି ଦ୍ଵିତୀୟା ଘାଣ୍ଟ

ଭୁବନେଶ୍ଵର : ଆଜି ଦ୍ଵିତୀୟା ଘାଣ୍ଟ। ପ୍ରତି ଘରେ ପ୍ରସ୍ତୁତ ହେବ ସ୍ଵତନ୍ତ୍ର ଘାଣ୍ଟ ତରକାରୀ। ପରମ୍ପରା ଅନୁସାରେ ପ୍ରାୟ ଦଶ ପ୍ରକାର ପରିବାକୁ ନେଇ ଏହି ତରକାରୀ ପ୍ରସ୍ତୁତ ହୋଇଥାଏ। ରବିବାର ୟୁନିଟ୍-୧, ୟୁନି ୟୁନିଟ୍-୪, ଡମଣା ହାଟ, ରସୁଲଗଡ଼ କୋଚିଲେଇ ହାଟ, ଇନ୍ଦ୍ରଧନୁ ମାର୍କେଟ୍ ପରିବା ହାଟ ସମେତ ବିଭିନ୍ନ ସ୍ଥାନରେ ଗ୍ରାହକଙ୍କ ଭିଡ଼ ଲାଗିଥିଲା। ପ୍ରାୟ ପରିବା ୫୦ଟଙ୍କା ଉପରେ ରହିଥିଲା। ବାଇଗଣ କିଲୋପିଛା ୬୦ରୁ ୮୦ଟଙ୍କାରେ ବିକ୍ରି ହେଉଥିବାବେଳେ କଖାରୁ କିଲୋ ପଛା ୪୦ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଶିମ୍ବ ୧୦୦, କାଙ୍କଡ଼ ୭୦, ଟମାଟୋ କିଲୋ ୫୦, ପୋଟଳ କିଲୋ ୭୦, କଞ୍ଚା କଦଳୀ ଗୋଟା ୧୦ ଟଙ୍କା, ଓଉ ଗୋଟା ୧୫, ସାରୁ କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିଲା।
Powered by Froala Editor