ଦୁଇ ଶିଶୁଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ
କନ୍ଧମାଳ: ନିଜର ଦୁଇ ଶିଶୁଙ୍କୁ କୂଅକୁ ଠେଲି ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ରାଇକିଆ ଥାନା ଅଞ୍ଚଳରେ । ପାରିବାରିକ କଳହ ଆଗରେ ଫିକା ପଡିଲା ମାର ମମତା ।
ଗତ କିଛି ଦିନ ହେବ ପରିବାରରେ ଅଶାନ୍ତି କାରଣରୁ ମହିଳା ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଶିଶୁଙ୍କୁ କୂଅରୁ ଉଦ୍ଧାର କରିଥିଲେ ।ପରେ ଦୁଇ ଶିଶୁଙ୍କୁ ମେଡିକାଲ ନିଆଯାଇଥିଲା । ମାତ୍ର ମେଡିକାଲରେ ୯ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
Powered by Froala Editor