ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି ଆଜିଠୁ ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗମନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି । ମୂଳାଷ୍ଚମୀଠାରୁ ମହାଷ୍ଟମୀ ଯାଏ ରିତିନୀତି ଅନୁଯାଇ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିବ । କଟକର ଗଡ଼ଚଣ୍ଡୀ, ଜଗତସିଂହପୁରର ଶାରଳା ପୀଠ, ଯାଜପୁରର ମାଆ ବିରଜାଙ୍କ ପୀଠ ପରି ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଆଦିରେ ଆଜିଠୁ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । ୧୬ ଦିନ ଧରି ଭିନ୍ନ ଭିନ୍ନ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେବେ ।
Powered by Froala Editor