ଗଛରେ ପିଟି ହେଲା ମେଲୋଡି ପାର୍ଟି ଭ୍ୟାନ୍, ୧୦ ଆହତ

ଭୁବନେଶ୍ବର : ପୁରୁଣା କଟକ ସମ୍ବଲପୁର ରାସ୍ତା ର କଖଡ଼ି ବଜାର ଘାଟ କୂଳ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମେଲୋଡି ପାର୍ଟିର ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗଣେଶ ପୂଜା ଭସାଣି ପାଇଁ ଗାଡିଟି ସମ୍ବଲପୁରରୁ କଟକ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୁଣ୍ଡ ଫାଟି ଯାଇଥିବାବେଳେ କିଛି ଲୋକଙ୍କର ଛାତି ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି। ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor