ଗାୟିକା କରାଇବାକୁ ସ୍ଵପ୍ନ ଦେଖାଇ ପୀଡିତାଙ୍କୁ ଦୁଷ୍କର୍ମ, ୩ ଗିରଫ

ଭୁବନେଶ୍ଵର : ରାଜଧାନୀରୁ ଚାଞ୍ଚଲ୍ୟକର ଖବର ଆସିଛି। ଗାୟିକା କରାଇବାକୁ ସ୍ଵପ୍ନ ଦେଖାଇ ପୀଡିତାଙ୍କୁ ନେଇ ଆସିଥିଲେ ଅଭିଯୁକ୍ତ । ଏବଂ ତାଙ୍କୁ ନିର୍ଦେଶକଙ୍କ ସହ ଭେଟ କରାଇବାକୁ ନେଇ ଯାଇଥିଲେ। ତେବେ ଗତ ୧୦ ତାରିଖ ଦିନ ଅପରାହ୍ନ ସମୟରେ ଲଜ୍ କୁ ନେଇ ସେଠାରେ ମୃଦୁ ପାନୀୟ ସହ ନିଶା ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଚନ୍ଦନ ସମେତ ଦୁଇ ସହଯୋଗୀ ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ରାଜେଶ ଦାସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଏତଲା ପରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି।
Powered by Froala Editor