ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଗଞ୍ଜାମରେ ଏକ ବିରାଟ ସମାବେଶକୁ ସମ୍ବୋଧିତ କରିବେ। ୨୮ରେ ଭୁବନେଶ୍ବରରେ ଲୋକସେବା ଭବନରେ ସର୍ବ ଭାରତୀୟ ମଧ୍ୟସ୍ତତା ସମ୍ମିଳନୀର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କର ଏହା ୬ଷ୍ଠ ଗସ୍ତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରାଯାଉଛି। ତେବେ ବ୍ରହ୍ମପୁରରେ ସେ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ। ଦୁଇ ଦିନ ହେଲା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ବ୍ରହ୍ମପୁରରେ ଥିବାବେଳେ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଁ ୧୫ ତାରିଖରେ ଯିବି। ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀଙ୍କର ଦୁଇଟି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆମେ ଯୋଜନା କରିଛୁ। ଏଥିପାଇଁ ଅନୁମତି ମଗାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପରିବହନ ମନ୍ତ୍ରୀ ଶ୍ରୀ ଜେନାଙ୍କ କହିବାନୁଯାୟୀ, ୨୭ରେ ମୋଦୀଙ୍କ ଗସ୍ତ ଆପାତତଃ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ କେତେକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ଏକ ବିରାଟ ଜନ ସମାବେଶରେ ଉଦ୍ବୋଧନ ଦେବେ। ଗଞ୍ଜାମ ଜିଲାରେ କାର୍ଯ୍ୟକ୍ରମ ଆୟୋଜନ ହେବ। ବର୍ଷା ସମୟ ହୋଇଥିବା ଯୋଗୁଁ କେଉଁଠି କାର୍ଯ୍ୟକ୍ରମ କଲେ ବାଧା ସୃଷ୍ଟି ହେବ ନାହିଁ ତା’ର ସମୀକ୍ଷା ଚାଲିଛି। ଏଥିପାଇଁ ଦୁଇ ତିନୋଟି ଜାଗା ଦେଖା ସରିଛି। ଖୁବ୍ଶୀଘ୍ର ସ୍ଥାନ ଚୂଡ଼ାନ୍ତ କରାଯିବ।
Powered by Froala Editor