୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ
ଭୁବନେଶ୍ୱର: କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ଆଜି ଅର୍ଥାତ ରବିବାର ଠାରୁ ଦେଶବ୍ୟାପୀ ଟିକା ଉତ୍ସବ ପାଳନ ଆରମ୍ଭ ହୋଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଗଣଟିକାଦାନ କାର୍ଯ୍ୟକ୍ରମ ଚାଲିବ । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓଡ଼ିଶାରେ ଟିକା ଅଭାବରୁ ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ ଥିବା ଜଣାଯାଇଛି । ଏକଥା ଆମେ କହୁନାହୁଁ ଟିକା ଉତ୍ସବ ପରିପ୍ରେକ୍ଷୀରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଶୂନ ଅପଚୟ ଓ ସଚେତନତା ହେଉଛି ଟିକା ଉତ୍ସବର ମୂଳ ଲକ୍ଷ୍ୟ । ଟିକା ନଆସିଲେ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ ଆଉଟ ହୋଇଯିବ । ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଜାରି ରହିବ । ଅନ୍ୟ ଜିଲ୍ଲାରେ ବନ୍ଦ ରହିବ । ମହଜୁଦ ଥିବା ଟିକାରେ ୫୭୯ଟି କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି । ଏବେ ୨,୩୩,୦୦୦ ଡୋଜ କୋଭିସିଲ୍ଡ ଓ ୭୭,୯୬୦ ଡୋଜ କୋଭାକ୍ସିନ ଅଛି । ଯେଉଁଠି ଭ୍ୟାକ୍ସିନ ମହଜୁଦ ଅଛି, ସେଇଠି ଟିକା ଉତ୍ସବ କରାଯାଇଛି । ଅଧିକ ସଂକ୍ରମିତ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।