ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ: ଉତ୍ତମ ପାହ୍ୟା ହାସଲ କରିଛି ରାଜଧାନୀ ଦିଲ୍ଲୀ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ର ଫଳାଫଳ ଜାରି କରାଯାଇଛି। ଏହି ତାଲିକାରେ ଶ୍ରୀନଗର ଓ ବେଙ୍ଗାଲୁରୁ ଠାରୁ ରାଜଧାନୀ ଦିଲ୍ଲୀ ଉତ୍ତମ ପାହ୍ୟା ହାସଲ କରିଛି। ପ୍ରଦୂଷିତ ବାୟୁ ସତ୍ତ୍ବେ ଦିଲ୍ଲୀ ୨୧ତମ, ଶ୍ରୀନଗର ୨୬ତମ ଓ ବେଙ୍ଗାଲୁରୁ ୩୨ତମ ସ୍ଥାନରେ ରହିଛି। ସେହିପରି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ୧୯୮ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ଇନ୍ଦୋର ଦ୍ବିତୀୟ ଓ ଜବଲପୁର ତୃତୀୟ ସ୍ଥାନ ହାସଲ କରିଛି। ପ୍ରଦୂଷଣ ହ୍ରାସ ପାଇଁ ନିଆଯାଇଥିବା ପଦକ୍ଷେପ ଓ ତାହାକୁ କାର୍ଯ୍ୟକାରୀ କରିବାର ମାଧ୍ୟମ ସହିତ କଠିନ ବର୍ଜ୍ୟ ପରିଚାଳନାକୁ ମଧ୍ୟ ବିଚାରକୁ ନିଆଯାଇଛି। ଏହା ବ୍ୟତୀତ ଭୋପାଳ ଓ ଆଗ୍ରା ଚତୁର୍ଥ, ହାଇଦରାବାଦ ୧୯ତମ, ମୁମ୍ବଇ ୨୮ତମ, ଚେନ୍ନଇ ୩୫ତମ, କଲକାତା ୩୮ତମ ସ୍ଥାନରେ ରହିଛି।
Powered by Froala Editor