ଆସିଲା ୮ମ ବେତନ ଆୟୋଗର ଅପଡେଟ୍
କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ସରକାର ୩ ନଭେମ୍ବର ୨୦୨୫ରେ ଏହି ଆୟୋଗ ଗଠନ କରିଥିଲେ। ଅନ୍ତିମ ରିପୋର୍ଟ ପ୍ରସ୍ତୁତ ପାଇଁ ଆୟୋଗକୁ ୧୮ ମାସର ସମୟ ଦିଆଯାଇଛି। ଦରମା ସଂଶୋଧନ, ଭତ୍ତା, ପେନସନ୍ ଓ କାର୍ଯ୍ୟ ପରିବେଶ ଭଳି ବିଷୟ ଉପରେ ମତାମତ ନିଆଯାଉଛି।
ସୋସିଆଲ୍ ମିଡିଆରେ ୨.୧୫, ୨.୨୮ ଓ ୨.୫୭ ଭଳି ବିଭିନ୍ନ ଫିଟମେଣ୍ଟ ଫ୍ୟାକ୍ଟରକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫିଟମେଣ୍ଟ ଫ୍ୟାକ୍ଟର ଉପରେ ସରକାରୀ ଭାବେ ଅନ୍ତିମ ଘୋଷଣା ହୋଇନାହିଁ। ଷଷ୍ଠ ବେତନ ଆୟୋଗରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଥିବାବେଳେ ସପ୍ତମ ବେତନ ଆୟୋଗରେ ଏହା ୨.୫୭ ଥିଲା।
କେନ୍ଦ୍ର ସରକାର ୩ ନଭେମ୍ବର ୨୦୨୫ରେ ୮ମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରିଥିଲେ ଏବଂ ଅନ୍ତିମ ରିପୋର୍ଟ ଦାଖଲ ପାଇଁ ୧୮ ମାସର ସମୟ ଦିଆଯାଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ସଂଶୋଧନ ଏବଂ ଭତ୍ତା ବୃଦ୍ଧି ନେଇ ମଧ୍ୟ ଆୟୋଗ ବିଭିନ୍ନ ପକ୍ଷର ମତାମତ ରେକର୍ଡ କରୁଛି। ତେବେ ପେନସନ୍ କିମ୍ବା ଦରମାରେ କେତେ ବୃଦ୍ଧି ହେବ, ସେନେଇ ଏବେଠାରୁ କୌଣସି ନିଶ୍ଚିତ ଅଙ୍କ କୁହାଯାଇପାରିବ ନାହିଁ। ଆୟୋଗ ସୁପାରିସ୍ କରିବା ପରେ ସରକାରଙ୍କ ଅନ୍ତିମ ନିଷ୍ପତ୍ତି ହେବ। ଏହାପରେ ୧୬ରୁ ୧୮ ସେପ୍ଟେମ୍ବର ଯାଏଁ ଚଣ୍ଡିଗଡ଼ରେ ଏବଂ ୭-୮ ଅକ୍ଟୋବରରେ ବେଙ୍ଗାଲୁରୁରେ ଆଲୋଚନା କାର୍ଯ୍ୟକ୍ରମ ରହିଛି।
Powered by Froala Editor