୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା
ଛୁଆଙ୍କ ପାଇଁ ଡ୍ରେସ କିଣିବାକୁ ଘରୁ ବାହାରିଥିଲେ ମହିଳା, ତାଙ୍କ ଭାଗ୍ୟ ଚମକିଗଲା । ଜିତିଲେ କୋଟିଏ ଟଙ୍କାର ଲଟେରୀ । ପଞ୍ଜାବରୁ ଆସିଥିବା ଏହି ଏବେ ଚର୍ଚ୍ଚାରେ । ପଞ୍ଜାବର ଫରିଦକୋଟ ଜିଲ୍ଲା କୋଟକାପୁର ଅଂଚଳର ବିମଳା ଦେବୀଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ।
ଗତ ବୁଧବାର ଦିନ ବିମଳା ଦେବୀ ଷ୍ଟେସନ ରୋଡ୍କୁ ପିଲାଙ୍କ ପାଇଁ ଡ୍ରେସ କିଣାକିଣି କରିବାକୁ ଯାଇଥିଲେ । ସେଠାରେ 'ଷ୍ଟାର୍ ଲଟେରୀ ଷ୍ଟଲ୍'ରେ ୭ ଟଙ୍କାରେ ଗୋଟିଏ ଲଟେରୀ ଟିକେଟ କିଣିଥିଲେ। ପରଦିନ ଯେତେବେଳେ ଲଟେରୀ ଫଳାଫଳ ଆସିଲା, ବିମଳା ଦେବୀ ପୁରା ୧ କୋଟି ଟଙ୍କାର ପ୍ରଥମ ପୁରସ୍କାର ଜିତିଥିଲେ । କାଲି ଯାଏ ଯିଏ ଦୁଇ ଓଳି ଦାନା ପାଇଁ ସଂଗ୍ରାମ କରୁଥିଲେ, ଆଜି ସେ କୋଟିପତି । ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସେହି ଟଙ୍କାରେ କିଛି ଗୋଟେ ଛୋଟିଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ବିମଳା ଦେବୀ ।
ଏହି ଖବର ଆଖପାଖ ଅଞ୍ଚଳରେ ନିଆଁ ଭଳି ବ୍ୟାପିଗଲା । ଲୋକମାନେ ଆସି ବିମଳା ଦେବୀଙ୍କୁ ବଧେଇ ଜଣାଇଥିଲେ । ବିମଳା ଦେବୀ ସପ୍ନରେ ବି ଭାବି ନଥିଲେ ଯେ, ତାଙ୍କ ଉପରେ ଟଙ୍କା ବର୍ଷା ହେବ ।
Powered by Froala Editor