ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା, ରୋକି ହେବ ଭିଡ଼ ନିୟନ୍ତ୍ରଣ
ପୁରୀ : ପାର୍ବଣ ଋତୁରେ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭଠାରୁ ବାହାର କାଠ ପରିସର ୧୬ ପିଲର ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ବୃଦ୍ଧ, ବୟସ୍କ, ଶିଶୁ ଏବଂ ମହିଳା ପୃଥକ ଭାବେ ଗୋଟିଏ ପଟରୁ ସୁଉଚ୍ଚ ରାମ୍ପରେ ଯାଇ ଗୋଟିଏ ଧାଡ଼ିକୁ ବ୍ୟବହାର କରିବା ସହ ଦର୍ଶନ କରି ଅପର ପାର୍ଶ୍ବରେ ଥିବା ରାମ୍ପ ସାହାଯ୍ୟରେ ଓହ୍ଲାଇ ଫେରି ପାରିବେ। ଫଳରେ ଠେଲାପେଲା ତଥା ଭିଡ଼ ନିୟନ୍ତ୍ରଣ କରାଯାଇ ଦର୍ଶନରେ ଶୃଙ୍ଖଳା ଅଣାଯାଇ ପାରିବ। ମହିଳା ଓ ବରିଷ୍ଠ ନାଗରିକ ଘଣ୍ଟି ଦ୍ବାର ଓ ପୁରୁଷମାନେ ସାତ ପାହାଚ ନିକଟବର୍ତ୍ତୀ ଗାରଦ ଦ୍ବାରରେ ପ୍ରସ୍ଥାନ କରିପାରିବେ। ଆସନ୍ତା ୧୫ତାରିଖରୁ ଏହି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବରେ ଲାଗୁ କରାଯିବାର ସମ୍ଭାବନା ରହିଛି। ଏଥିରେ କୌଣସି ତ୍ରୁଟି ଦେଖାଦେଲେ ସଂଶୋଧନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦର୍ଶନ ବ୍ୟବସ୍ଥା ନିଷ୍ପତ୍ତି ବାରମ୍ବାର ବଦଳୁଛି।
Powered by Froala Editor