ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ବୋଝେଇ କାର
ଭୁବନେଶ୍ବର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Powered by Froala Editor