ହୀରାକୁଦର ୪ ଫାଟକ ବନ୍ଦ
ଭୁବନେଶ୍ବର: ଉପର ମୁଣ୍ଡରୁ ହୀରାକୁଦକୁ ବର୍ଷାଜଳ ପ୍ରବାହ ହ୍ରାସ ପାଇଛି। ଯାହାଫଳରେ ଶନିବାର ଜଳଭଣ୍ଡାରର ୪ ଗେଟ୍କୁ ବନ୍ଦ କରିଦିଆଯାଇଛି। ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ଯୋଗୁ ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ହୀରାକୁଦକୁ ଜଳ ପ୍ରବାହ ବୃଦ୍ଧି ପାଇଥିଲା। ଫଳରେ ଜଳ ଭଣ୍ଡାରର ୨୪ଟି ଫାଟକ ଖୋଲାଯାଇଥିଲା। ଶନିବାର ସୁଦ୍ଧା ୨୦ ଫାଟକ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବରେ ୧୩ଟି ଏବଂ ଦକ୍ଷିଣ ପାର୍ଶ୍ବରେ ୭ଟି ଫାଟକ ଖୋଲାଯାଇଛି।
Powered by Froala Editor