ଆଲାସ୍କାଠାରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ସମରାଭ୍ୟାସ ଆରମ୍ଭ
ୱାଶିଂଟନ: ଆମେରିକାର ଆଲାସ୍କାଠାରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଆମେରିକା ସ୍ଥଳସେନାର ୧୧ତମ ଏୟାରବୋର୍ନ ଡିଭିଜନ ଓ ଭାରତୀୟ ସ୍ଥଳସେନାର ୬୫ତମ ଇନ୍ଫାଣ୍ଟ୍ରି ବ୍ରିଗେଡ ସାମିଲ ଥିବା ପ୍ରକାଶ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ମିଳିତ ସମରାଭ୍ୟାସ ଆସନ୍ତା ୧୪ ପର୍ଯ୍ୟନ୍ତ ଚାଲିବ। ପାର୍ବତ୍ୟାଞ୍ଚଳ ଯୁଦ୍ଧ, ହେଲିକପ୍ଟର ଏବଂ ଡ୍ରୋନ ଯୁଦ୍ଧ କୌଶଳରେ ଅଭିଜ୍ଞତା ହାସଲ କରିବାକୁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି ବୋଲି ଆମେରିକାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।
Powered by Froala Editor