ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଏହି ଦୁଇ ଶିକ୍ଷକ
ମାଲକାନଗିରି: ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ମାଲକାନାଗିରି ଜିଲ୍ଲାର ବସନ୍ତ କୁମାର ରଣା, କନ୍ଦେଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କୋରାପୁଟ ଜିଲ୍ଲାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟରେ କାର୍ଯ୍ୟ ରତ ତରୁଣ କୁମାର ଦାସଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦ ହଜାର ଟଙ୍କା ନଗଦ ରାଶି ଓ ମାନପତ୍ର ସହିତ ସମ୍ବର୍ଦ୍ଧନା କରା ଯାଇଥିଲା। କାର୍ଯ୍ୟକ୍ରମରେ ଭାରତର ମହାମହିମ ରାଷ୍ଟ୍ରପତି, ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ମଧ୍ୟ ଉପସ୍ଥିତ ଥିଲେ। ପୁରସ୍କାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ସମସ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Powered by Froala Editor