ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗୁରୁବାର ସଂଧ୍ୟାରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତବେଳେ ଓଡ଼ିଶାର ବିକାଶ ପରିଯୋଜନା ଓ ସମୃଦ୍ଧ ଓଡ଼ିଶା ଗଠନ ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ଆଲୋଚନା କରିଥିଲେ। ଏଥିସହ ଚଳିତ ଦିଲ୍ଲୀଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସହରାଞ୍ଚଳ ବିକାଶ ଓ ଶକ୍ତି ମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟି ରାଜ୍ୟସ୍ୱାର୍ଥ ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା କରିଥିଲେ। ପୂର୍ବାହ୍ନରେ ମନ୍ତ୍ରୀ ଯାଦବଙ୍କ ସହ ରାଜ୍ୟର ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ଜଳବାୟୁ ଅନୁକୂଳତା ଏବଂ ବୃହତ୍ତର ବିକାଶ ଆଦି ବିଷୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ।
Powered by Froala Editor