ସମ୍ପ୍ରଦାୟ ଗଠନ କରିବା ପାଇଁ ଚୀନ ବିଶ୍ୱ ସହିତ ହାତ ମିଳାଇବ : ସି ଜିନ୍ପିଙ୍ଗ
ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନଠାରୁ ବିଜୟର ୮୦ବର୍ଷ ପାଳନ ଅବସରରେ ଚୀନର ରାଜଧାନୀ ବେଞ୍ଜିଂରେ ମିଲିଟାରୀ ପରେଡର ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଚୀନ୍ ସେପ୍ଟେମ୍ବର ୩ରେ ବିଜୟ ଦିବସ ପାଳନ କରିଥାଏ । ଏହି ଅବସରରେ ଏକ ପରେଡ ଅନୁଷ୍ଠିତ ହୁଏ ଏବଂ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରନ୍ତି । ଏହା ସହିତ ବିଶ୍ୱକୁ ଏହାର ଶକ୍ତି ମଧ୍ୟ ପ୍ରଦର୍ଶନ କରାଯାଏ । ଆଜି ଏହା ପାଳନ ଅବସରରେ ଏକ ପରେଡ ଅନୁଷ୍ଠି ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, କିମ୍ ଜୋଙ୍ଗ ଉନ୍ ଅଂଶଗ୍ରହଣ କରିଥିଲେ । ପରେଡ ସମୟରେ ସି ଜିନ୍ପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ନନେଇ ତାଙ୍କୁ ପରୋକ୍ଷରେ ଏକ ଉପଯୁକ୍ତ ଜବାବ ଦେଇଛନ୍ତି ।
ଜିନ୍ପିଙ୍ଗ ଅଭିଭାଷଣରେ କହିଛନ୍ତି ଯେ ଚୀନ୍ କାହାର ଧମକକୁ ଭୟ କରିବ ନାହିଁ, ଏହି ଦେଶ ସର୍ବଦା ଆଗକୁ ବଢିଛି ଓ ବଢିବ । ଟ୍ରମ୍ପଙ୍କ ନାମ ନେଇ କହିଛନ୍ତି ଯେ ମଣିଷ ଗୋଟିଏ ଗ୍ରହରେ ବାସ କରୁଛି, ଆମେ ଏକାଠି କାମ କରିବା ଏବଂ ଶାନ୍ତିରେ ରହିବା ଉଚିତ । ମାନବ ଜାତି ପାଇଁ ଏକ ସହଭାଗୀ ଭବିଷ୍ୟତ ସହିତ ଏକ ସମ୍ପ୍ରଦାୟ ଗଠନ କରିବା ପାଇଁ ଚୀନ ବିଶ୍ୱ ସହିତ ହାତ ମିଳାଇବ ବୋଲି ସେକହିଛନ୍ତି।
Powered by Froala Editor