ପୁଲିସକୁ ଗୁଳି କରି ଗିରଫ ଆପ ବିଧାୟକଙ୍କୁ ଖସାଇ ନେଲେ ସମର୍ଥକ
ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାରେ ପଞ୍ଜାବର ଆପ ବିଧାୟକ ହରମିତ ସିଂ ପଠାନମାଜରାଙ୍କୁ ଗିରଫ କରାଯିବା ପରେ ତାଙ୍କ ସମର୍ଥକ ପୁଲିସକୁ ଗୁଳି କରି ତାଙ୍କୁ ଖସାଇ ନେଇଛନ୍ତି। ଏପରି କି ବିଧାୟକ ଏକ ଏସୟୁଭିରେ ଫେରାର ହେବା ସମୟରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯାହା ଫଳରେ ସମ୍ପୃକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ବିଧାୟକଙ୍କୁ ଗିରଫ କରି ସ୍ଥାନୀୟ ଥାନାକୁ ନେବା ସମୟରେ ଏହି ଘଟଣା ଘଟିଛି।
Powered by Froala Editor