ଆଲମିରା ଦୋକାନରୁ ୭୮କେଜି ୪ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ
ଭୁବନେଶ୍ବର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ଏକ ଆଲମିରା, ବାକ୍ସ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁରୁଣାକଟକ ପୁଲିସ ରଞ୍ଜନ ସା୍ଥୁଆଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ସୋମବାର ସନ୍ଧ୍ୟାରେ ବୌଦ୍ଧ ଏସ. ପି ରାହୁଲ ଗୋୟଲଙ୍କ ଉପସ୍ଥିତିରେ ଉକ୍ତ ଦୋକାନରେ ପୁରୁଣାକଟକ ପୁଲିସ ଚଢ଼ାଉ କରିଥିଲା। ୭୮କେଜି ୪ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି।
Powered by Froala Editor