ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦ ଅତିକ୍ରମ କରିଛି। ୧୩୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା ବୋଲି କୁହାଯାଉଛି। ରାତିରେ ଭୂକମ୍ପ ହୋଇଥିବାରୁ ମୃତ୍ୟୁସଂଖ୍ୟା ଅଧିକ ଥିବା କୁହାଯାଉଛି।
ତାଲିବାନ ସରକାରଙ୍କ ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ ରୁ ଅଧିକ ହୋଇଛି। ଏହା ବ୍ୟତୀତ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହା ସହିତ ବହୁମୂଲ୍ୟ ସମ୍ପତ୍ତିର କ୍ଷତି ଘଟିଛି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।
ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅକେନ ଗାଁ ନିଶ୍ଚିହ୍ନ ହୋଇଯାଇଛି। ବହୁ କୋଠା ଧୂଳିସାତ ହୋଇଯାଇଛି। ଭୂକମ୍ପ ସମୟର ଅନେକ ଦୃଶ୍ୟ ଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟରେ ପ୍ରଘଟ ହେବାରେ ଲାଗିଛି। ଭୂପୃଷ୍ଠରୁ ୮ କିଲୋମିଟର ଗଭୀରରେ ଭୂକମ୍ପର ଉତ୍ପତିସ୍ଥଳ ବୋଲି ଆମେରିକା ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି।
Powered by Froala Editor