ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ପୁଟିନ୍

ନୂଆଦିଲ୍ଲୀ: ସାଙ୍ଘାଇ ସମନ୍ୱୟ ସଂଗଠନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କରେ ସବୁଠାରୁ ବଡ ସମସ୍ୟା ଯଦି କୌଣସି ଦେଶକୁ ହୋଇଥାଏ ତାହା ହେଉଛି ଆମେରିକା । ଚୀନରେ ଏସ୍ସିଓ ବୈଠକ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା, ଯେଉଁଥିରେ ଉଭୟ ଦେଶ ପରସ୍ପର ସହିତ ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରି କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସହଯୋଗ ରହିଛି । ସେମାନେ ଏହାକୁ ଆହୁରି ମଜବୁତ କରିବାକୁ ଚାହୁଁଛନ୍ତି । ପୁଟିନ୍ ଏହି ଆଲୋଚନାରେ କହିଛନ୍ତି ଯେ ଭାରତ ସହ ରାଜନୈତିକ ନୁହେଁ ବିଶ୍ୱାସର ସମ୍ପର୍କ ରହିଛି ।
Powered by Froala Editor