ନୋ ଫ୍ଲାଇଂ ଜୋନରେ ବାରମ୍ବାର ଉଡୁଛି ହେଲିକପ୍ଟର

ଅନୁଗୋଳ: ମହାନଦୀର ଗଣ୍ଡ ଉପରେ ଶନିବାର ଦିନ ପ୍ରାୟ ୧୧ଟାରେ ପୁଣି ଏକ ହେଲିକପ୍ଟର ଉଡ଼ୁଥିବାର ଦୃଶ୍ୟ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ଜାଣିବାକୁ ପାଇଛି। ଶନିବାର ଆଠମଲ୍ଲିକରୁ ମହାନଦୀ ଉପରେ ସାତକୋଶିଆର ଜିଲିଣ୍ଡା ହୋଇ ଆଠଗଡ଼ ଡିଭିଜନର ବାଲିପୁଟ ଆଡେ ପ୍ରାୟ ୭୦/୮୦ ଫୁଟ ଉଚ୍ଚ ଗଣ୍ଡ ଉପର ଦେଇ ଏହି ହେଲିକପ୍ଟର ଉଡ଼ିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିବାକୁ ପାଇଥିଲେ। ସାତକୋଶିଆ ଗଣ୍ଡ ଉପରେ ତିନିଶହ ଫୁଟ ତଳକୁ ଉଡ଼ାଣ ନିଷେଧ ଥିବା ବେଳେ ନୋ ଫ୍ଲାଇଂ ଜୋନରେ କିପରି ବାରମ୍ବାର ହେଲିକପ୍ଟର ଉଡ଼ୁଛି ତାହା ପ୍ରଶ୍ନବାଚୀ ହୋଇଛି।
ଆଜି ପର୍ଯ୍ୟନ୍ତ କିଏ କାହିଁକି ଏ ରାସ୍ତାରେ ହେଲିକପ୍ଟର ଉଡ଼ାଣ କରୁଛି ତାର କୌଣସି ସନ୍ଧାନ ମିଳିପାରୁ ନାହିଁ। ସାତକୋଶିଆ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ହେଲିକପ୍ଟର ଉଡ଼ାଣ କରିଥିବା ସ୍ବୀକାର କରିଥିଲେ। ତେବେ କିଏ କରୁଛି ତାହା ଜଣାପଡ଼ୁ ନାହିଁ ବୋଲି ସେ କହିଥିଲେ। ଏ ବାବଦରେ ଏୟାରପୋର୍ଟ ଅଥୋରିଟିକୁ ଖୁବ୍ ଶୀଘ୍ର ଚିଠି ଲେଖାଯାଇ ପୁନର୍ବାର ଅନୁସନ୍ଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Powered by Froala Editor