ଜଳପ୍ରପାତରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ବର: କଟକ ଜିଲାର ନରସିଂହପୁର ବ୍ଲକରେ ଥିବା ଦେଓଝର ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ କଟକ ନୂଆ ବଜାର ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡ଼ା।
ସୌମ୍ୟରଞ୍ଜନ ନିଜର ୫ ଜଣ ସାଙ୍ଗଙ୍କ ସହିତ ଦେଓଝର ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଏହି ସମୟରେ ସେ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।
Powered by Froala Editor