ଝିଅର ଜୀବନ ବଞ୍ଚାଇବାକୁ ଭାଲୁ ସହ ଲଢିଲା ମା’

ଆଖି ଆଗରେ ଝିଅକୁ ଝାମ୍ପିନେଲା ଭାଲୁ । କିନ୍ତୁ ସାହାସ ନହରାଇ ଭାଲୁ ସହିତ ଲଢି ଝିଅର ଜୀବନ ବଞ୍ଚାଇଛନ୍ତି ମା’ । ରାଜ୍ୟରେ ପ୍ରତ୍ୟେକ ଦିନ ଭ୍ରୁଣ ହତ୍ୟା, କନ୍ୟା ସନ୍ତାନଙ୍କୁ ମାରି ଫୋପାଡି ଦେବା ଭଳି ଘଟଣା ଘଟୁଛି । ହେଲେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଝିଅ ପ୍ରତି ସ୍ନେହକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି ।
ବଣ୍ଡା ଘାଟି ଉପରେ ଥିବା କିର୍ଷାନିପଡା ଗ୍ରାମର ସମାରି ଶିଶା ଏବଂ ତାଙ୍କ ଝିଅ ଚାଷ କାମ କରିବା ଲାଗି ଜଙ୍ଗଲ ରାସ୍ତା ଦେଇ ଜମିକୁ ଯାଇଥିଲେ । ତେବେ ଭୋର ସମୟରେ ହଠାତ୍ ଏକ ଭାଲୁ ଜଙ୍ଗଲ ଭିତରୁ ବାହାରି ଆସି ମା ଓ ଝିଅକୁ ଆକ୍ରମଣ କରିଥିଲା । ଝିଅ ଉପରେ ଭାଲୁଟି ଡେଇ ପଡିଥିବା ବେଳେ ମା ଦିର୍ଘ ସମୟ ଧରି ଭାଲୁ ସହ ଲଢେଇ କରିଥିଲା । ସକାଳ ହେବା ପରେ ଭାଲୁଟି ଭୟରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା । ହେଲେ ଭାଲୁ ଆକ୍ରମଣରେ ମାଆ ଓ ଝିଅ ଗୁରୁତର ହୋଇ ପଡିଥିଲେ । ଗାଁ ଲୋକେ ଜମିକୁ ଯାଉଥିବା ବେଳେ ଦୁହିଙ୍କ ଅବସ୍ତା ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରିନଥିଲା । ପରେ ଗାଁ ଲୋକେ ଭାରରେ ବୋହି ବୋହି ମାଆ ଓ ଝିଅଙ୍କୁ ଖୈରପୁଟ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି । ମା’ର ସାହାସ ଯୋଗୁଁ ଦୀର୍ଘ ସମୟ ପରେ ଝିଅଟି ଜୀବନ ପାଇଛି । ଏ ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
Powered by Froala Editor