ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରାମ୍ଜୀ ଓ ସନାତନ ବିଶୋଇଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ

କଟକ: ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଅଭିଯୁକ୍ତ ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇଙ୍କୁ ଗୁରୁବାର ଜେରା କରିଛି କ୍ରାଇମବ୍ରାଞ୍ଚ। ଚୌଦ୍ବାର ଜେଲରୁ ଅଣାଯାଇ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଅପରାହ୍ଣ ୨ଟା ଜେରା ଆରମ୍ଭ ହୋଇଥିଲା। ସନାତନ ବହୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିବାବେଳେ ରାମଜୀଙ୍କ ନିକଟରୁ ସେଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ଶୁକ୍ରବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରିମାଣ୍ଡ ଅବଧି ରହିଛି। ଏହି ସମୟ ମଧ୍ୟରେ ଆଉ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।
Powered by Froala Editor