କଂଗ୍ରେସ ଉପରେ ବର୍ଷି ଏମିତି କହିଲେ ମୋଦୀ
ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ବୈଠକରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦୀ କହିଛନ୍ତି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶକୁ ପ୍ରଥମେ ବିଭାଜନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୨ୟ ଥର ବି ବିଭାଜନ କରିଥିଲେ। ୨ୟ ଥର ବିଭାଜନରେ ସେ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ୮୦ ପ୍ରତିଶତ ଜଳ ପାକିସ୍ତାନକୁ ଦେଇଦେଲେ। ନେହେରୁ ନିଜ ସଚିବଙ୍କ ମାଧ୍ୟମରେ ନିଜର ଏହି ଭୁଲକୁ ସ୍ଵୀକାର କରି କହିଥିଲେ ଯେ, କୌଣସି ଫାଇଦା ହେଲାନାହିଁ। ଏହି ରାଜିନାମା କୃଷକ ବିରୋଧୀ ଥିଲା ବୋଲି ମୋଦୀ କହିଛନ୍ତି।
ମୋଦୀ କହିଥିଲେ, ଭାରତରୁ ବାହାରୁଥିବା ନଦୀର ପାଣି ଶତ୍ରୁର କ୍ଷେତକୁ ଜଳସେଚିତ କରୁଥିଲା। କିନ୍ତୁ ଆମ ଦେଶର କୃଷକ, ଆମ ମାଟି ମା’ ପାଣି ବିନା ଶୋଷିଲା ରହିଛି। ଏହା ଏଭଳି ଏକ ଚୁକ୍ତି ଥିଲା, ଯାହା ଗତ ୭ ଦଶନ୍ଧି ଧରି ଦେଶର କୃଷକମାନଙ୍କୁ ଅକଳ୍ପନୀୟ କ୍ଷତି ପହଞ୍ଚାଇଛି। ଏହି ରାଜିନାମା ଆମକୁ ମଞ୍ଜୁର ନୁହେଁ।
Powered by Froala Editor