ନର୍ସ ଦେଇଦେଲେ ଭୁଲ ଇଞ୍ଜେକ୍ସନ, ଚାଲିଗଲା ଯୁବକଙ୍କ ଜୀବନ
ଯାଜପୁର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି। ଭୁଲ୍ ଇଞ୍ଜେକ୍ସନ୍ ନେଇଗଲା ଜୀବନ। ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅସୁସ୍ଥ ହେବାରୁ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଜଣେ ନର୍ସ ଆସି ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ । ଏହାପରେ ଯୁବକଙ୍କୁ ସ୍ଵାସ୍ଥ୍ୟବସ୍ଥା ବିଗିଡିଯାଇଥିଲା। ଏବଂ ମୃତ୍ୟୁ ଘଟିଥିଲା। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି।
Powered by Froala Editor