ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ମହିଳା ଡାକ୍ତର ହେବେ ଚମ୍ପା ରାସପେଦା
ମାଲକାନଗିରି: ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ମହିଳା ଭାବେ ଚମ୍ପା ରାସପେଦା ଇତିହାସ ରଚିଛନ୍ତି। ପ୍ରଥମ ଡିଡ଼ାୟୀ ଯୁବତୀ ଭାବେ ସେ ଏବେ ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲା କୋରକୁଣ୍ଡା ବ୍ଳକ୍ ଆମ୍ଲିବେଡ଼ା ଗ୍ରାମର ଆଦିମ ଡିଡ଼ାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା ନିଟ୍ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। କଠିନ ଅଧ୍ୟବସାୟ, ଦୃଢ଼ ସଂକଳ୍ପ ଓ ଅନେକ ସଙ୍ଘର୍ଷ ପରେ ସେ ଏହି ଗୌରବ ହାସଲ କରିଛନ୍ତି। ପ୍ରଥମ ପ୍ରୟାସରେ ହିଁ ଚମ୍ପା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ଚମ୍ପା। ତାଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ।। ଜିଲା ପ୍ରଶାସନ ସମେତ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
Powered by Froala Editor