ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
କଟକ: ପ୍ରକାଶ ପାଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ପାସ୍ ହାର ୫୬.୨୩ପ୍ରତିଶତ ରହିଛି। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚଳିତ ଥର ମୋଟ୍ ୩୪୫୭ଜଣ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ମୋଟ ୧୯୮୩ଜଣ ପାସ୍ କରିଛନ୍ତି । ସେହିପରି ଷ୍ଟେଟ୍ ଓପନଡ୍ ସ୍କୁଲ ସାର୍ଟିଫିକେଟରେ ୫୯୭୩ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦିନ ୨ଟାରୁ ବୋର୍ଡ ୱେବସାଇଟରେ ମାର୍କସିଟ୍ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେଥିରୁ ଡାଉନଲୋଡ କରି ନିଜ ନିଜର ମାର୍କସିଟ୍ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି।
Powered by Froala Editor