ବିଧାନସଭା ପୋର୍ଟାଲ ଉନ୍ମୋଚିତ

ଓଡ଼ିଶା ବିଧାନସଭା ପୋର୍ଟାଲ ଉନ୍ମୋଚିତ କରାଗଲା । ରାଜ୍ୟ ସରକାରଙ୍କର ଆଇଟି ଏବଂ ଇଟି ଏବଂ କେନ୍ଦ୍ର ସରକାରଙ୍କ ଏନଆଇସି ଦ୍ଵାରା ଖୋଲାଯାଇଛି। ବିଧାନସଭା କେବଳ ଏହା ଭିତରେ ସୀମିତ ନ ହୋଇ ସାଧାରଣ ଲୋକଙ୍କ ହାତ ମୁଠାକୁ ଯିବ। ଏନେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଏହି ପୋର୍ଟାଲରେ ବିଧାନସଭାର ତଥ୍ୟ, ବିଧାନସଭାର ବର୍ତ୍ତମାନ ଓ ଅତୀତର ସଦସ୍ୟଙ୍କ ତଥ୍ୟ, ସରକାରଙ୍କ ଯୋଜନା ଓ ଏହା କେତେ କାର୍ଯ୍ୟକାରୀ ହୋଇଛି, ବିଭିନ୍ନ କମିଟିରେ ହେଉଥିବା ବିଷୟବସ୍ତୁ ନେଇ ଆଲୋଚନା ଓ ସମାଧାନ ପାଇଁ କଣ ନେଉଛନ୍ତି ପଦକ୍ଷେପ ଏ ସମସ୍ତ ତଥ୍ୟ ରହିବ। ବିଧାୟକଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିଧାନସଭାର ତଥ୍ୟ କହିବ ଏହି ପୋର୍ଟାଲ।
ବିଧାନସଭା ଅଧିବେଶନ ବେଳେ କେଉଁ ମନ୍ତ୍ରୀ କେଉଁ ପ୍ରଶ୍ନ ରଖିଲେ , ଏବଂ ବିଭାଗୀୟ ମନ୍ତ୍ରୀ କେଉଁ ଉତ୍ତର ଦେଲେ; ତାହା ସବୁ ଉପଲବ୍ଧ ରହିବ । ବିଧାନସଭାର ପ୍ରଟିତି ଖବର ଏବେ ସାଧାରଣ ଲୋକଙ୍କ ପାଖରେ ରହିବ । ଯେଉଁଥିରେ ଏହି ପୋର୍ଟାଲ ବଡ଼ ସାହାଯ୍ୟ କରିବ ବୋଲି କୁହାଯାଉଛି । କେବଳ ମନ୍ତ୍ରୀ କି ଶାସକ ଦଳ ବିଧାୟକଙ୍କ ପ୍ରଶ୍ନ ନୁହେଁ ବିରୋଧୀ ଦଳର ପ୍ରତିଟି କଥା ମଧ୍ୟ ଏହି ପୋର୍ଟାଲ ଦ୍ୱାରା ଜଣାଯାଇ ପାରିବ ।
ଓଡ଼ିଶାରେ ଭାସ୍କର ମଢେଇଙ୍କ ନେତୃତ୍ୱରେ ଥିବା କମିଟି ହୋଷ୍ଟ୍ ରାଜ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ଦେଶର ୨୦୦ରୁ ଅଧିକ ପ୍ରତିନିଧି ଓଡ଼ିଶା ଆସୁଛନ୍ତି। ବିଭିନ୍ନ ରାଜ୍ୟର ଜାତି ଜନଜାତିଙ୍କ ଚଳଣି, ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।
Powered by Froala Editor