Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ...

  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ ...

  • ୧୪ କୋଟିରୁ ଅଧିକ ଟଙ୍କାର ସୁନା ସହ ୫ ଲକ୍ଷ ...

  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି ...

  • କେହି ସାହାଯ୍ୟ କଲେନି, ବାଇକ୍‌ରେ ବାନ୍ଧି ...

  • ବୁଲା କୁକୁରକୁ ନେଇ ସୁପ୍ରିମକୋର୍ଟଙ୍କ ...

  • ଘର ପ୍ରମାଣ ପତ୍ର ପାଇଁ କ୍ୟାଟ୍ କୁମାରର ...

  • ଲୋକସଭାରେ ନୂଆ ଆୟକର ବିଲ ପାରିତ

  • ଡେ’ କେୟାରରେ ନୃଶଂସତା : ୧୫ ମାସର ଶିଶୁକୁ ...

  • ଶୋଭାଯାତ୍ରା ବେଳେ ରାହୁଲ ଓ ...

ରାଜ୍ୟ
Home ›› ରାଜ୍ୟ ››କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି

କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି

2025-08-09 12:31:38
14639
Share:
Facebook
Twitter
E-Mail
WhatsApp
Telegram
କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି

ଭୁବନେଶ୍ୱର/ଜୟପୁର - "ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ  ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର  ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ୩୦୯.୪୨ କୋଟି ଟଙ୍କା ମୂଲ୍ୟର ୧୨୬ ଟି ନୂତନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।


ସୂଚନା ଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡକ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ଏଥିସହିତ ଖୁବ ଶୀଘ୍ର ଜୟପୁର ରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଛନ୍ତି ଯେ, ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ଓ ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ।


ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଆର୍ଥିକ ଅଭାବରୁ ଯେଉଁ ମା’ ମାନେ ନିଜ ସ୍ୱପ୍ନକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ‘ସୁଭଦ୍ରା’। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଓ ଆତ୍ମନିର୍ଭର ଭାରତ ଗଢିବାରେ ସାମିଲ ହେବା। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମା’ ମାନେ ନିଜ ନିଜ ଛୋଟ ବଡ ବ୍ୟବସାୟ ଆରମ୍ଭ କରିପାରିଛନ୍ତି, ଆଉ କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ ନିଜର କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିଛନ୍ତି।  


ଆମ ସରକାର ନିଜର ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତ ରେ ବସବାସ କରୁଥିବା ମହିଳା ମାନଙ୍କୁ ସଫଳ ଭାବେ ‘ସୁଭଦ୍ରା’ ଯୋଜନା ସହ ଯୋଡି ପାରିଛନ୍ତି । 

କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ସେ ପୁଣି କହିଥିଲେ, ଆମ ସରକାରଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ସେମାନେ କେବଳ ଏକ ଭୋଟ ବ୍ଯାଙ୍କ ନୁହନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ମହିଳା ସଶକ୍ତିକରଣ ନାଁ ରେ ରାଜ୍ୟର କୋଟି କୋଟି ମହିଳାଙ୍କୁ କେବଳ ରାଜନୈତିକ ପଶାପାଲିରେ ଗୋଟିଭାବେ ବ୍ୟବହାର କରାଯାଉଥିଲା। ଏହା ସମଗ୍ର ନାରୀ ସମାଜ ପାଇଁ ଅପମାନ। ଆମ ସରକାର ଆସିବାର ପ୍ରାୟ ଏକ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣକୁ ଏକ ନୂତନ ଦିଗନ୍ତ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ଉଦାହରଣ ହେଉଛି, ‘ଲକ୍ଷପତି ଦିଦି’। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପରିକଳ୍ପିତ ଏହି ସଶକ୍ତିକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ଆମ ଓଡ଼ିଶାରେ ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ସୁଭଦ୍ରା ଯୋଜନା ଅଧିନରେ ଆମର ମା’ମାନଙ୍କୁ ସଶକ୍ତ କରିବା  ପାଇଁ ସୁଭଦ୍ରା ପ୍ଲସ, ଉଦ୍ୟୋଗୀ କରିବା ପାଇଁ ସୁଭଦ୍ରା ଶକ୍ତି ମେଳା କାର୍ଯ୍ୟକାରୀ କରାଯାଇଥିବା ବେଳେ କିଶୋରୀମାନଙ୍କ ପାଇଁ ସୁଭଦ୍ରା କିଶୋରୀ, ସଞ୍ଚୟ ପାଇଁ ସୁଭଦ୍ରା ସଞ୍ଚୟ, ସୁରକ୍ଷା ପାଇଁ ସୁଭଦ୍ରା ସୁରକ୍ଷା ଏବଂ ସାମୁହିକ ନେତୃତ୍ୱର ବିକାଶ ପାଇଁ ସୁଭଦ୍ରା ସଖୀ ଯୋଜନା କାର୍ଯ୍ୟକାରୀ କରାଯାଇଛି।  


ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେଯେ କୋରାପୁଟର କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି। ଖୁସିର କଥା ଆମ ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତର ମହିଳାମାନେ ମଧ୍ୟ ଆମ ସୁଭଦ୍ରା ଯୋଜନା ସହିତ ଯୋଡି ହୋଇଛନ୍ତି ।


ସୁଭଦ୍ରା ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ ବରଂ ଶିକ୍ଷା, ଦକ୍ଷତା, ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରୁଛୁ । ସୁଭଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ଓ ଭଉଣୀମାନେ ଛୋଟ ବଡ ବ୍ୟବସାୟ ଆରମ୍ଭ କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜ ଅଭିଭାଷଣରେ କହିଛନ୍ତି। 


ଗୋଟିଏ ବର୍ଷ ତଳେ ମହିଳାଙ୍କ ଆଖିରେ ଯେଉଁ ବିଶ୍ୱାସ ଆମେ ଦେଖିଥିଲୁ, ସେ ବିଶ୍ୱାସ ଆଜି ଫଳପ୍ରଦ। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା । ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କ ଜୀବନର ଏକାଧିକ ଦିଗରୁ ଉନ୍ନତ କରିବାର ଲକ୍ଷ୍ୟ ରଖିଛନ୍ତି ଏବଂ  ଏହା ସେମାନଙ୍କ ସାମାଜିକ ଅବସ୍ଥାକୁ ମଜବୁତ କରିବା, ସଫଳତା ପାଇଁ ସାଧନ ଓ ସୁଯୋଗ ଆଦି ଯୋଗାଇବା ଦିଗରେ ସରକାରଙ୍କ ଦୃଢ ସଂକଳ୍ପକୁ  ପ୍ରତିପାଦନ କରୁଅଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ଅବସରରେ କହିଥିଲେ। 


କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟମନ୍ତ୍ରୀଙ୍କ ହାତରେ ସୁଭଦ୍ରା ରାକ୍ଷୀ ବାନ୍ଧି ଏହି ସମାରୋହକୁ ପାରମ୍ପାରିକ ଭାବେ ଅନୁଷ୍ଠାନ କରିଥିଲେ। 


ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏକ କୋଟି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଏଥି ସହିତ ମଞ୍ଚ ଉପରେ ସୁଭଦ୍ରା ଯୋଜନାରୁ ସଫଳତା ପାଇଥିବା ମହିଳାଙ୍କୁ ଓ ଏହି ଯୋଜନାକୁ ସଫଳ କରାଉଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ।


ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ, ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଷ୍ଟିଲ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ନାୟକ, ନବରଙ୍ଗପୁର ସାଂସଦ, ଶ୍ରୀଯୁକ୍ତ ବଳଭଦ୍ର ମାଝି 

ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, ନରସିଂହ ମାଡକାମୀ, ଗୌରୀ ଶଙ୍କର ମାଝୀ, ମହିଳା ଓ  ଶିଶୁ ବିକାଶ ବିଭାଗ, ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଓ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ମଂଚାସୀନ ଥିଲେ।


କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୁପୁ ଭତ୍ରା ଧନ୍ୟବାଦ ଦେଇଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି
    ବିଶେଷ

    ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    13815
    Aug 12, 2025
  • ଡେ’ କେୟାରରେ ନୃଶଂସତା : ୧୫ ମାସର ଶିଶୁକୁ ବେଲ୍ଟରେ ପିଟି କାମୁଡ଼ି ପକାଇଲା ମେଡ୍
    ଦେଶ-ଦେଶାନ୍ତର

    ଡେ’ କେୟାରରେ ନୃଶଂସତା : ୧୫ ମାସର ଶିଶୁକୁ ବେଲ୍ଟରେ ପିଟି କାମୁଡ଼ି ପକାଇଲା ମେଡ୍

    14011
    Aug 11, 2025
  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14388
    Aug 12, 2025
  • ୧୪ କୋଟିରୁ ଅଧିକ ଟଙ୍କାର ସୁନା ସହ ୫ ଲକ୍ଷ ନଗଦ ଟଙ୍କା ଲୁଟିନେଲେ ଲୁଟେରା
    ଦେଶ-ଦେଶାନ୍ତର

    ୧୪ କୋଟିରୁ ଅଧିକ ଟଙ୍କାର ସୁନା ସହ ୫ ଲକ୍ଷ ନଗଦ ଟଙ୍କା ଲୁଟିନେଲେ ଲୁଟେରା

    13477
    Aug 12, 2025
  •  ଶୋଭାଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ
    ଦେଶ-ଦେଶାନ୍ତର

    ଶୋଭାଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ

    14197
    Aug 11, 2025
  • ଘର ପ୍ରମାଣ ପତ୍ର ପାଇଁ  କ୍ୟାଟ୍ କୁମାରର ଆବେଦନ
    ଦେଶ-ଦେଶାନ୍ତର

    ଘର ପ୍ରମାଣ ପତ୍ର ପାଇଁ କ୍ୟାଟ୍ କୁମାରର ଆବେଦନ

    14704
    Aug 11, 2025
  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ
    ଦେଶ-ଦେଶାନ୍ତର

    ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ

    14550
    Aug 12, 2025
  • କେହି ସାହାଯ୍ୟ କଲେନି, ବାଇକ୍‌ରେ ବାନ୍ଧି ମୃତଦେହ ନେଲା ସ୍ୱାମୀ
    ଦେଶ-ଦେଶାନ୍ତର

    କେହି ସାହାଯ୍ୟ କଲେନି, ବାଇକ୍‌ରେ ବାନ୍ଧି ମୃତଦେହ ନେଲା ସ୍ୱାମୀ

    14208
    Aug 11, 2025
  • ଲୋକସଭାରେ ନୂଆ ଆୟକର ବିଲ ପାରିତ
    ଦେଶ-ଦେଶାନ୍ତର

    ଲୋକସଭାରେ ନୂଆ ଆୟକର ବିଲ ପାରିତ

    13520
    Aug 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14388
    Aug 12, 2025
  • ଦେଶ-ଦେଶାନ୍ତର

    କେହି ସାହାଯ୍ୟ କଲେନି, ବାଇକ୍‌ରେ ବାନ୍ଧି ମୃତଦେହ ନେଲା ସ୍ୱାମୀ

    14208
    Aug 11, 2025
  • ଦେଶ-ଦେଶାନ୍ତର

    ବୁଲା କୁକୁରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

    14724
    Aug 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16665
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16773
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17106
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15579
    Apr 03, 2021

ବିଶେଷ

  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    13815
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15133
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15288
    Aug 11, 2025
  • ଅଧିକ ଅଲମଣ୍ଡ ଖାଇଲେ ଦେଖାଦିଏ ଏହିସବୁ ଅସୁବିଧା

    14923
    Aug 10, 2025
  • ଅଧାଗ୍ଲାସେ ଗୁଡ଼ପାଣି ନିୟମିତ ପିଇଲେ ଦୂର ହେବ ଏହି ସମସ୍ୟା

    14248
    Aug 08, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14726
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14534
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14269
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14735
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶୋଭାଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ

    14197
    Aug 11, 2025
  • କେହି ସାହାଯ୍ୟ କଲେନି, ବାଇକ୍‌ରେ ବାନ୍ଧି ମୃତଦେହ ନେଲା ସ୍ୱାମୀ

    14208
    Aug 11, 2025
  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14388
    Aug 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In