୧୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସହିଦନଗରରେ ଶୁକ୍ରବାର ଏକ ମୋବାଇଲ୍ ଦୋକାନରୁ ବଡ ଧରଣର ଲୁଟ୍ ହୋଇଛି । ଲୁଟେରା ଦୋକାନରେ ପଶି ପ୍ରାୟ ଲକ୍ଷାଧିକ ଟଙ୍କାର ଆଇଫୋନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ବ୍ୟାଗ୍ରେ ମୋବାଇଲ୍ ନେଇ ଫେରାର ହେବା ଓ ଲୁଟ୍ର ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରାୟ ୬ ଜଣ ଲୁଟେରା ଏହି ଲୁଟ୍ରେ ସାମିଲ୍ ଥିବା କ୍ୟାମେରାରେ କଏଦ ହୋଇଛି । ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟ୍ ହୋଇଛି ।
Powered by Froala Editor