ପଟ୍ଟାମୁଣ୍ଡାଇରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣା: ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଗିରଫ କଲା ପୁଲିସ

କେନ୍ଦ୍ରାପଡା: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଗିରଫ ହୋଇଛନ୍ତି ପୁରୁଷ ବନ୍ଧୁ। ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରି ଓଡ଼ିଶା ଆଣୁଛି ପୁଲିସ । ସଂପୃକ୍ତ ଯୁବକଙ୍କ ନାଁରେ ବ୍ଲାକମେଲିଂ ନେଇ ଅଭିଯୋଗ ହୋଇଛି । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଆଜି କାଠିଆପଡା ଗାଁକୁ ଯିବ ଫରେନସିକ୍ ଟିମ୍ । କେନ୍ଦ୍ରାପଡା ଏସପିଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଯିବେ । ଅପରପକ୍ଷରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଛାତ୍ରୀଙ୍କ ଘରୁ ପୁଲିସ ଯେଉଁ ମୋବାଇଲ ଫୋନ ଜବତ କରିଛି ତାହାର ଫରେନସିକ ଟେଷ୍ଟ ହେଲେ ବହୁ ତଥ୍ୟ ମିଳିପାରିବ। ଛାତ୍ରୀଙ୍କ ପୁରୁଷ ବନ୍ଧୁ କେଉଁ ସବୁ ଫଟୋ ଓ ଭିଡିଓ ରଖି ତାଙ୍କୁ ବ୍ଲାକ ମେଲିଂ କରୁଥିଲା ଓ ଫୋନରେ କି ପ୍ରକାର ଧମକଚମକ ଦେଉଥିଲା ତାହା ମଧ୍ୟ ଜଣାପଡ଼ିବ।
Powered by Froala Editor