ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ , ଏହା ଆମର ଗର୍ବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମାଧୁରୀ ଦୀକ୍ଷିତ ହେଲେ ଓଡିଶା ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର। ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵରସ୍ଥିତ ଜନତା ମୈଦାନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ୍ତାର ଶୁଭାରମ୍ଭ କରିଛନ୍ତି ମାଧୁରୀ। ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ହସ୍ତତନ୍ତର ପ୍ରଚାର ପ୍ରସାର କରିବେ। ଆସନ୍ତା ବର୍ଷେ ପର୍ଯ୍ୟନ୍ତ ସେ ବ୍ରାଣ୍ଡ ଆମ୍ବାସଡର୍ ଦାୟିତ୍ଵ ତୁଲାଇବେ । ତେବେ ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। କହିଛନ୍ତି ସପ୍ତାହର ଗୋଟିଏ ଦିନ ଓଡିଶାର ହସ୍ତତନ୍ତ ପରିଧାନ କରିବା। ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ , ଏହା ଆମର ଗର୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
Powered by Froala Editor