ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପ୍ରତିକ୍ରିୟା ରଖି ଏମିତି କହିଲେ ଏସପି

ଭୁବନେଶ୍ବର: କେନ୍ଦ୍ରାପଡାରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସପି ସିଦ୍ଧାର୍ଥ କାଟାରିଆ । ଏସପି କହିଛନ୍ତି ଯେ ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛୁ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣାପଡିଛି । କାରଣ ସବୁ ବାଟ ବନ୍ଦ ଥିଲା, ତେଣୁ ଏହା ଆତ୍ମହତ୍ୟା ଭଳି ଲାଗୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦି ଆତ୍ମହତ୍ୟା କରିଛନ୍ତି କାରଣ କଣ ତାହାର ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି ।
Powered by Froala Editor