ପାରିବାରିକ କଳହ: ସ୍ଵାମୀ ନେଇଗଲା ସ୍ତ୍ରୀ ଜୀବନ

ରାୟଗଡା : ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ଵାମୀ। ରାୟଗଡା ଜିଲ୍ଲା ଶେଷଖାଲ ଥାନା ଗେଣ୍ଡାଓ୍ବାଲସ ଗାଁରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ବଚସା ନେଇଥିଲା ଉଗ୍ର ରୂପ। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ସ୍ତ୍ରୀକୁ ଏକ ଠେଙ୍ଗା ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ୍ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି।
Powered by Froala Editor