ବସ୍ରେ ହେଲା ଯୁବତୀଙ୍କ ମୃତ୍ୟୁ, କିନ୍ତୁ ଦେହରେ ଲାଗିଥିଲା ୨୬ ଆଇଫୋନ୍

ବ୍ରାଜିଲର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି । ତେବେ ଆଶ୍ଚର୍ଯ୍ୟକର ତଥ୍ୟ, ଯୁବତୀଙ୍କ ଦେହରେ ଲାଗିଥିଲା ୨୬ ଆଇ ଫୋନ୍ । ଯାହାର ଯାଞ୍ଚ୍ କରୁଛି ପୁଲିସ । ଗତ ଜୁଲାଇ ୨୯ ତାରିଖରେ ବସ୍ରେ ଯିବା ବେଳେ ଯୁବତୀଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା ।
ବସ୍ରେ ଥିବା ଯାତ୍ରୀ କହିଛନ୍ତି, ମୃତ ଯୁବତୀ ଏକାକୀ ଯାତ୍ରା କରୁଥିଲେ । ଫଜ୍ ଡୋ ଇଗୁଆକୁରୁ ସାଓ ପାଉଲୋ ଯାତ୍ରା ସମୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା କଥା ସେ କହିଥିଲେ । ଗୁଆରୁପୁଆଭା ସହରରେ ବସ୍ ଯେତେବେଳେ ଅଟକିଲା, ସେ ତଳେ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ହେଲା । ତେବେ ତାଙ୍କ ମୃତଦେହର ଏତେ ପରିମାଣର ଆଇଫୋନ ମିଳିବା ପରେ ସେ ଆଇଫୋନ୍ ଚୋରା ଚାଲାଣରେ ଲିପ୍ତ ଥିଲେ ବୋଲି ପୁଲିସ ସନ୍ଦେହ କରୁଛି । ଆଇଫୋନ୍ଗୁଡ଼ିକ ଏବେ ବ୍ରାଜିଲର ସଂଘୀୟ ରାଜସ୍ୱ ସେବା ପାଖରେ ଅଛି ।
ଯୁବତୀଙ୍କ ବ୍ୟାଗ୍ରୁ ପୁଲିସ ଅନେକ ମଦ ବୋତଲ ମଧ୍ୟ ମିଳିଛି । ତାଙ୍କର ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଓ ହୃଦ୍ଘାତର କାରଣ ସାର୍ବଜନୀନ କରିବା ପୂର୍ବରୁ ସ୍ଥାନୀୟ ପୁଲିସ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରିଛି ।
Powered by Froala Editor