ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଭୁବନେଶ୍ବର: ବ୍ରହ୍ମପୁର କବିସୂର୍ଯ୍ୟନଗରରେ ପୁଲିସର ଏନକାଉଣ୍ଟର। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛି।
ସୂଚନା ଅନୁସାରେ ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୁଲିସ ଏନକାଉଣ୍ଟର କରିଥିଲା। ସୁନୀଲ ନାହକ ପୁଲିସ ଉପରକୁ ଆକ୍ରମଣ କରିବାରୁ ପୁଲିସ ଗୁଳି ଚଳାଇଥିଲା । ସୁନୀଲର ବାମ ଗୋଡରେ ଗୁଳି ବାଜିବାରୁ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ। ତାପରେ ପୁଲିସ ତାକୁ କାବୁ କରିଥିଲା। ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି ।
Powered by Froala Editor