ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ପିଅନ ଗିରଫ

ଭୁବନେଶ୍ବର: ଗଜପତି ଜିଲାର ଆର.ଉଦୟଗିରି ଆରଡବ୍ଲୁୃଏସଏସର କନିଷ୍ଠ ଯନ୍ତ୍ରୀ ସଚିନ ଗୌଡଙ୍କୁ ପରିସ୍ରା ପିଆଇବା ଘଟଣାରେ ପୁଲିସର ତଦନ୍ତ ଆରମ୍ଭ କରିଛି । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ଆର.ଉଦୟଗିରି ଥାନା ପୁଲିସ ଗିରଫ କରି ପଚରାଉଚରା କରୁଛି ।
ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ। ଆର.ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି ଏସଡିପିଓ କହିଛନ୍ତି ।
ସୂଚନା ଅନୁସାରେ , ୨୩ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ହେଲେ ଯନ୍ତ୍ରୀ ଜଣଙ୍କ ତାହା ପିଇବା ପରେ ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ସେଠାରେ ପାଣିରେ ପରିସ୍ରା ନମୁନା ବାହାରିଥିଲା ।
Powered by Froala Editor