ଜୁଲାଇ ମାସର ଦରମା ବନ୍ଦ କଲେ ଜିଲାପାଳ, କାହିଁକି ଜାଣନ୍ତୁ ?
କଟକ: କଟକ ଜିଲା ମାହାଙ୍ଗା ବ୍ଲକର କର୍ମଚାରୀମାନଙ୍କର ଜୁଲାଇ ମାସର ଦରମା ବନ୍ଦ କରାଯାଇଛି। ଛୁଟି ବାତିଲ ସତ୍ବେ କର୍ମଚାରୀ କାର୍ଯ୍ୟାଳୟ ନ ଆସିବାରୁ ସେମାନଙ୍କ ଦରମା ବନ୍ଦ କରିଛନ୍ତି ଜିଲାପାଳ।
କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁ କର୍ମଚାରୀମାନଙ୍କର ଛୁଟି ବାତିଲ କରିଥିଲେ ଜିଲାପାଳ। କିନ୍ତୁ ୪ର୍ଥ ଶନିବାର ଦର୍ଶାଇ କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସି ନଥିଲେ। ଏ ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲାପାଳ ଏହି ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
Powered by Froala Editor