ମୟୁରଭଞ୍ଜରେ ପ୍ରବଳ ବର୍ଷା: ସମସ୍ତ ସ୍କୁଲ ଛୁଟି
ମୟୁରଭଞ୍ଜ : ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ବର୍ଷାର ପରିମାଣ କମୁନି। ରାଜ୍ୟର କେତେକ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ସେହିପରି ଆସନ୍ତା ୧୨ ଘଣ୍ଟା ଯାଏଁ ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କଚ୍ଚା ଘରେ ଥିବା ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor