ଗେଣ୍ଡାକୁ ପୂଜା କଲେ କୃଷକ ବନ୍ଧୁ
ଭୁବନେଶ୍ବର:ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ପିପିଲିରେ ପ୍ରତ୍ୟେକ କୃଷକ ପରିବାର ପକ୍ଷରୁ ଗୁରୁବାର ସକାଳେ ଗେଣ୍ଡାଙ୍କୁ ପୂଜା କରାଯିବାସହ ସେମାନଙ୍କୁ ଅରୁଆ ଚାଉଳରେ ପ୍ରସ୍ତୁତ ଚିତଉ ପିଠା ଖାଇବାକୁ ଦିଆଯାଇଛି। ଚାଷ ଜମିର ମିତ ଭାବେ ପରିଚିତ ଗେଣ୍ଡା କୃଷକଙ୍କ ବନ୍ଧୁ। ବର୍ଷାଦିନେ ତଥା ଶ୍ରାବଣ ମାସରେ ଚାଷ ଜମିରେ ଅସଂଖ୍ୟ ଗେଣ୍ଡା ଜନ୍ମଲାଭ କରୁଥିବାବେଳେ ମାଟିକୁ ହାଲୁକା ଛିଦ୍ରଯୁକ୍ତ କରାଇ ଉର୍ବର କରିଥାନ୍ତି। ଚାଷଜମିରେ ଗେଣ୍ଡା ରହି ଅପକାରୀ ଶୈବାଳ, ଚକଡା ପୋକ ଆଦିକୁ ଭକ୍ଷଣ କରିବା ସହ ଚାଷକୁ ସୁରକ୍ଷା ଦେଇଥାଏ। ମୃତ୍ତିକାର ଉପକାର କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ପାଦକୁ ଗେଣ୍ଡା କାଟି ଦେଇଥାଏ। ତେଣୁ ଚିତାଲାଗି ଅମାବାସ୍ୟାରେ ପ୍ରତ୍ୟେକ ଚାଷୀ ପରିବାର ପକ୍ଷରୁ ଅରୁଆ ଚାଉଳରେ ଚିତଉ ପିଠା ଓ ଗଇଁଠା ପିଠା ପ୍ରସ୍ତୁତ କରାଯାଇ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଖାଇବା ପାଇଁ ଜମିରେ ଦିଆଯାଏ।
Powered by Froala Editor