୨ ଲକ୍ଷ ଝାମ୍ପି ନେଇ ଲୁଟେରା ଛୁ...
ଆଳି : ଦିନକୁ ଦିନ ବଢି ଚାଲିଛି ଲୁଟେରାଙ୍କ ଉତ୍ପାତ। ଚୋରି ପାଇଁ କେତେ ପ୍ରକାର କୌଶଳ ଆପଣଉଛନ୍ତି ଲୁଟେରା। ଥମିବାର ନାଁ ଧରୁନି ଲୁଟେରାଙ୍କ ରାଜୁତି। ଏହି କ୍ରମରେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ । ଗୁରୁବାର ସ୍ପଷ୍ଟ ଦିବାଲୋକରେ ଆଳି ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଫେରିବା ବାଟରେ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ନିଆଳ ଗାଁ ପାଖରେ ବାଇକ୍ରେ ଆସି ୨ ଦୁର୍ବୃତ୍ତ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି । ବ୍ୟବସାୟୀ ଜଣକ ପୁଲିସ ନିକଟରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor